ଭିଜା ଶ୍ରାବଣର ପ୍ରଥମ ଅତିଥି
ଅଭିମାନୀ ବର୍ଷା ରାଣୀ
ତୁମ ଆଗମନରେ ସତେ ଯେମିତି
ଜୀବନ୍ୟାସ ପାଏ ଏ ଶରୀର
ଖୁସିର ଅଶ୍ରୁ ବହିଯାଏ ଦୁଇ ଧାର
ଆଉ ସମାସ୍ତି ହୁଏ ଦୀର୍ଘ ଅପେକ୍ଷାର
ଭଲ ପାଇବାର ଏତେ ଯେ ଅପେକ୍ଷା
ପୂର୍ଣ୍ଣ ହୋଇଥାଏ ହୃଦୟ ର ଶୂନ୍ୟତା
ଇନ୍ଦ୍ରଧନୁ ଓଢଣୀରେ ମୋ ଅସ୍ପଷ୍ଟ ନାୟିକା
ଶୈଳ୍ପିକ ସୁନ୍ଦରତାରେ ଭରପୁର ସିଏ
ଭିନ୍ନ ମାନସିକତା ର ଜୀବନ୍ତ ପ୍ରତିମୂର୍ତ୍ତି
ନିଷ୍କପଟ ନିର୍ଭୀକ ଭାବରେ
ମୁଁ ତୁମକୁ ଭଲପାଏ
ଏ ଭିଜା ଶ୍ରାବଣ ଅଛି ତା'ର ସାକ୍ଷୀ
ଫେରିଛ ମୋ ଅଗଣାକୁ
ଧରି କେତେ ଖୁସିର ମେଲଣ
ତୁ କି ବିରହିଣୀ ଅବୁଝା ରାଗିଣୀ
ମତେ ଜାଳିବାକୁ ଭଲପାଅ
ଜାଣେନା କାହିଁକି? ଆନନ୍ଦ ତୁମେ
ଦେଇ ମୋ ଆଖିରେ ଲୁହ
ବର୍ଷା ନୁହେଁ ତୋତେ ପ୍ରେମିକା ଟେ ଭାବି
ମୁଁ କେତେଯେ କବିତା ଲେଖେ
ରିମ୍ ଝିମ୍ ସ୍ବରେ ତୋ ଗୀତର ତାଳେ
ଯେମିତି ମୟୂରୀ ନାଚେ
ଝରଝର ହୋଇ ଝରି ଯାଉ ସିନା
କରି ମୋତେ ଆନମନା
ତୁ କାହୁଁ ଜାଣିବୁ ହୃଦୟରେ ମୋର
କେତେ ପ୍ରେମ ଆଉ କେତେ ପ୍ରତାରଣା
ଏଇ ବର୍ଷା ଭିଜା ଶ୍ରାବଣର ରାତି
ବିଜୁଳି ଶବଦେ କମ୍ପେ ମୋର ଛାତି
ହୃଦୟେ ଜଳୁଛି ପ୍ରୀତିର ଅଲିଭା ବତୀ
ଏଇ ପରା ଆମ ମିଳନର ରାତି
ମଧୁର ଆଳାପେ ଗାଅ ପ୍ରଣୟର ଗୀତି
ସାଉଁଟିବା ଆମେ କେତେ ନୂଆ ସ୍ମୃତି
ଉଜ୍ଜୀବିତ ହୋଇ ଉଠେ ଏଇ ମନ
ବାସ୍ତବରେ ରୂପାନ୍ତରିତ ହୁଏ ମୋ ସପନ
ପ୍ରାପ୍ତ ହୋଇଛି ଯେମିତି ନୂତନ ଜୀବନ।
ରଶ୍ମିତା ମହାପାତ୍ର
ବରପଦା,ଭଦ୍ରକ


0 Comments